letras.top
a b c d e f g h i j k l m n o p q r s t u v w x y z 0 1 2 3 4 5 6 7 8 9 #

letra de kahiki manepadu ete - humanne sagar

Loading...

କାହିଁକି ମନେ ପଡୁ ଏତେ
ତୁ ଥରୁଟେ କହି ଦେଇ ଯାରେ ଓଓଓ
କାହିଁକି ମନେ ପଡୁ ଏତେ

ତୁ ଥରୁଟେ କହି ଦେଇ ଯାରେ
କାହିଁକି ଏକା କଲୁ ମତେ
ତୁ ଥରୁଟେ ଆ ଫେରି ଆରେ
ନଥିଲୁ ତୁ କେବେ ମୋ ହୃଦୟରେ
ତଥାପି କାଇଁ ତତେ ମନ ଝୁରେ
ନଥିଲୁ ତୁ କେବେ ମୋ ହୃଦୟରେ
ତଥାପି କାଇଁ ତତେ ମନ ଝୁରେ ଓଓଓ
କାହିଁକି ମନେ ପଡୁ ଏତେ
ତୁ ଥରୁଟେ କହି ଦେଇ ଯାରେ
ମନ କୁ ତୋର ପଚାରି କହ
କଣ ଇଚ୍ଛା ତାର
କୋଉ ସମ୍ପର୍କ ଥିଲା ଆମର
କି ନାଁ ତାର
ନଥିଲା କେବେ ଆମ ଭିତରେ
ସେମିତି କିଛି କଥା
ତଥାପି କାଇଁ ହଉନି ସହି
ଆଜି ନୀରବତା
କେବେ ଏଇ ନୀରବତା ଭାଙ୍ଗିବ କହି ଦେ
ମନ ସାରା ସେଇ ରଙ୍ଗ ଲାଗିବ କହିଦେ
କେବେ ଏଇ ଜୀବନରେ
ହସ ଟିକେ ଫୁଟିବରେ
ମରୁ ଭୂମି ପାଲଟିବ
ଗୋଲାପର ବଗିଚାରେ
ନଥିଲୁ ତୁ କେବେ ମୋ ହୃଦୟରେ
ତଥାପି କାଇଁ ତତେ ମନ ଝୁରେ
ନିଶ୍ଵାସ ମୋର ତ ବିନା ସତେ
ଚାଲୁନି ଆଜି କାଲି
ବିଶ୍ଵାସ ଜମା ହଉନି ତୁ ମୋ
ପାଖେ ନାହୁଁ ବୋଲି
ଯୋଉ ଆଖିରେ ସପନ ଥିଲା
ସେ ଢାଳେ ଲୁହ
ସେଇ ଲୁହରେ କେଜାଣି କାଇଁ
ଦିଶେ ତୋ ମୁଁହ
ପାଖେ ଥିବା ମଣିଷର
ଅଳପ ଆଦର
ହଜି ଗଲେ ମନ ଖୋଜେ
ତାକୁ ବାରମ୍ବାର
ହଜି ଗଲୁ କଉଠି ରେ
ଧରା ମତେ ଦେ ଥରେ
ଅନ୍ଧ ପରି ଲାଗେ ମତେ
ତୋ ବିନା ଅନ୍ଧାର ରେ
ନଥିଲୁ ତୁ କେବେ ମୋ ହୃଦୟରେ
ତଥାପି କାଇଁ ତତେ ମନ ଝୁରେ ଓଓଓ

letras aleatórias

MAIS ACESSADOS

Loading...